Wednesday, May 5, 2021

██▓▒­░⡷⠂ବଲି ନନା ଭଙ୍ଗା ଘର ⠐⢾░▒▓██

ଏହା ଏକ ସତ ଘଟଣା ,୨୦୦୧ ମସିହା ମାର୍ଚ୍ଚ ମାସ ଖରା ଦିନ ହୋଇଥାଏ 

ଆମ ଗାଁ ବଲି ନନା ୧୯୯୯ ମସିହା ପୂର୍ବରୁ ଘରୁ ରାଗି ଆସି ,ଏକ ବିଲ ରେ ଘର କରି ରହୁଥିଲେ ,୯୯ ମସିହା ମହାବାତ୍ୟା ରେ ଘର 

ଭାଙ୍ଗିଗଲା ତା ଛାଡ ତାଙ୍କ ଘର ଲୋକେ ତାଙ୍କୁ ବୁଝାଇ ସୁଝାଇ ପୁଣି ଘରକୁ ନେଇ ଗଲେ ଓ ସେ ତାଙ୍କ ଘରକୁ ଚାଲିଗଲେ . ସେ ଗଲାପରେ ତାଙ୍କ ବିଲ ରେ ଥିବା ଘର ସମ୍ପୂର୍ଣ ଅବ୍ୟବସ୍ଥା ରେ ପଡ଼ିରହିଲା . ଶୁଣା ଗଲା ଯେ ସେ ଘର କୁଆଡେ ଭୁତ ମାନଙ୍କ ଅଡ୍ଡା ସ୍ଥଳୀ ହୋଇଗଲା .ମୁ ସେତେବେଳେ ୮/୯ ବର୍ଷ ର ହୋଇଥିଲି ,ଦିନେ ଖରାବେଳେ ଏମିତି ବୁଲୁ ବୁଲୁ ବିଲ ଆଡେ ଚାଲିଗଲି ଓ ସେଇ ଭଙ୍ଗା ଘରେ ଯାଇ ବସିଲି . ଏବେ ଭି ସେ କଥା ମନେ ପଡିଲେ ରାତିରେ ପରିସ୍ରା ଲାଗିଲେ ଭି ଉଠିବାକୁ ଡରଲାଗେ 

 କିଛି ସମୟ ବସିବା ପରେ ହଠାତ ଜୋର ରେ ପବନ ବୋହିଲା ଓ କବାଟ ବନ୍ଦ ହୋଇଗଲା ମୁ ଯାଇ କବାଟ ଖୋଲିବାକୁ ଯେତେ ଚେଷ୍ଟା କଲେ ଭି ଖୋଲିଲା ନାଇଁ ,ମୁ ଭାବିଲି କିଏ ବୋଧେ ମୋ ସହ ଗେଲ ଖେଳୁଛି .କିନ୍ତୁ ଅଚାନକ ଆଜବେଷ୍ଟ ସବୁ କିଏ ବାଡେଇଲା ପରି ଶବ୍ଦ ହେଲା ତା ସହ ଡମ୍ବରୁ ବାଡେଇଲା ପରି ଶବ୍ଦ ହେଲା 

          ମୁ ବହୁତ ଡରି ଗଲି ଓ କାନ୍ଦିବାକୁ ଲାଗିଲି ଯମକୁ ପାଖରୁ ଦେଖିଲା ପରି ଲାଗିଲା . ଦେଖିଲି ଯେ ଝରକା ରେ ଗ୍ରୀଲ ଲାଗିନାହିଁ

ମୁ ସେଇ ପଟିଆ ଘରୁ ବାହାରିବାକୁ ଚେଷ୍ଟା କଲି କିନ୍ତୁ ମୋ ଉଚତା ଠାରୁ ଝରକା ର ଉଚତା ଅଧିକ ଥିଲା ତେଣୁ ବହୁତ କଷ୍ଟ ହେଲା 

ଥଥାପି ମୁ କଷ୍ଟେ ମଷ୍ଟେ ସେ ଘରୁ ବାହାରି ଗଲି ଓ ଦୌଡ଼ି ଘରକୁ ପଳେଇଲି 

କିନ୍ତୁ ମୁ ଘରକୁ ଯାଇ ଯାହାକୁ ଏଇ କଥା କହିଲି କେହି ବିଶ୍ୱାସ କଲେ ନାହିଁ ,କହିଲେ ତୁ ଡହରା ଟା


ଆପଣଂକୁ ମୋ କଥା କେମିତି ଲାଗୁଚି ସତ ନା ମିଛ 

କମେଣ୍ଟ ରେ ଜଣାନ୍ତୁ 

No comments:

Post a Comment

if you have any doubt please comment

██▓▒­░⡷⠂ବଲି ନନା ଭଙ୍ଗା ଘର ⠐⢾░▒▓██

ଏହା ଏକ ସତ ଘଟଣା ,୨୦୦୧ ମସିହା ମାର୍ଚ୍ଚ ମାସ ଖରା ଦିନ ହୋଇଥାଏ  ଆମ ଗାଁ ବଲି ନନା ୧୯୯୯ ମସିହା ପୂର୍ବରୁ ଘରୁ ରାଗି ଆସି ,ଏକ ବିଲ ରେ ଘର କରି ରହୁଥିଲେ ,୯୯ ମସିହା ମହ...